Sanju – Teaser Review

ଫିଲ୍ମ ରେ ବହୁତ କଳାକାର ଅଛନ୍ତି ତେଣୁ ପ୍ରଥମେ ଆପଣଙ୍କୁ କହି ଦଉଚି କେଉଁ କଳାକାର କଣ ରୋଲ କରିଛନ୍ତି |

ରଣବୀର କପୁର – ସଞ୍ଜୟ ଦତ୍ତ
ଅନୁଷ୍କା କପୂର – ଫାରଜାନା ସାହ (legal advisor ବୋଧେ)
ସୋନାମ କପୂର – ଟିନା ମୁନୀମ
ଦିଆ ମିର୍ଜ଼ା – ମାନ୍ୟତା ଦତ୍ତ
ମନୀଷା କୋଇରାଲା – ମା
ଜିମ ସରଭ – ସଲମାନ ଖାନ (ବୋଧେ)
ପରେଶ ରାୱଲ – ସୁନୀଲ ଦତ୍ତ
ବିକି କୌଶଳ – କୁମାର ଗୌରବ

ଫିଲ୍ମ ର ଟିଜର ପୁରା ଅଲଗା ଆଉ unexpected ବି | କିନ୍ତୁ ଦେଖିବାକୁ ବହୁତ interesting ଲାଗୁଚି କାରଣ ଏଥିରେ ବହୁତ କାମ ଶବ୍ଦରେ ସଞ୍ଜୟ ଦତ୍ତ ଙ୍କ ଯିବନି କୁହା ଯାଇଛି | ୨୨ ବର୍ଷ ରୁ ଆଜି ଯାଏଁ କୋ ବୟସ ରେ ସିଏ କଣ କରିଥିଲେ ତାକୁ ଦର୍ଶାଇ ବାକୁ ଚେଷ୍ଟା କରା ଯାଇଛି | ଏ ଟିଜର ର ଆଉଗୋଟିଏ ସ୍ପେସିଆଲିଟି ଯେ ଏଥିରେ ସଞ୍ଜୟ ଦତ୍ତ ଛଡା ଆଉ କାହାକୁ ବି ଦେଖା ଯାଇ ନାହିଁ | ସଞ୍ଜୟ ଦତ୍ତ ଙ୍କ କାହାଣୀ ପ୍ରାୟ ସବୁ ଲୋକ ଜାଣି ଛନ୍ତି | କିନ୍ତୁ ତାକୁ ଫିଲ୍ମ ରେ କେମିତି ପ୍ରସ୍ତୁତ କରାଯାଇଛି ତାହା ଦେଖିବା କଥା |
୨୨ ବର୍ଷ ରେ drugs ନେବା କଥା ଠୁ ଆରମ୍ଭ କରି, ଭିକ ମାଗିବା, ଜେଲ ଯିବା, ସବୁ କିଛି ଟିଜେର ରେ ଅଛି | ଆମ ଦେଶରେ biopic ର ପ୍ରଧାନ ପାତ୍ର ଯଦି ବଂଚିଛି ତାହାହେଲେ ସେ କାହାଣୀ ପୁରାପୁରି ସତ ଘଟଣା ଉପରେ ଆଧାରିତ କରିବା ଅସମ୍ଭବ | ଯେମିତି କି ଧୋନି ଏବଂ ଅଜହର | କିନ୍ତୁ ଯେମିତି ମୁ ଆଗରୁ କହିଲି ସଞ୍ଜୟ ଦତ୍ତ ଙ୍କ କାହାଣୀ ପୁରା ଦୁନିଆ ଜାଣିଛି ତେଣୁ ଆମେ ଆସ କରିପାରିବ କି ଏଇ ଫିଲ୍ମ ରେ ତାଙ୍କ ଯିବନି ଉପରେ ବେଶୀ ରୁ ବେଶୀ ସତ କଥା ଥିବ |
ପ୍ରଥମ ସିନ ରେ ଯେତେବେଳେ ସଞ୍ଜୟ ଦତ୍ତ ଜେଲ ରୁ ବାହାରକୁ ଆସନ୍ତି , ଲାଗେ ଯେପରି ସେ ମୁନ୍ନା ଭାଇ MBBS ର ମିମିକିରି କରୁଛନ୍ତି | ପରେ ୨୨ ବରଷର ସଞ୍ଜୟ ଦତ୍ତ rockstar ର ରଣବୀର କପୂର ବେଶୀ ଲାଗୁଥିଲେ | ୟା ପରେ body builder ସଞ୍ଜୟ ଦତ୍ତ ଯିଏକି ଆଶଲର ସଞ୍ଜୟ ଦୁତତା ଭଳି ଲାଗୁଥିଲେ | ସଞ୍ଜୟ ଦତ୍ତ ଙ୍କ କେତୋଟି movement ଆଉ body posture ରଣବୀର ଭଲ ଭାବେ ଆପଣେଇ ନେଇଛନ୍ତି |
୨୯ june କୁ ଆସୁଛି | ନିଶ୍ଚୟ ମନୋରଞ୍ଜନ କରି ଫିଲ୍ମ ଟିଏ | ତେଣୁ ପାଖ ସିନେମା ଘରେ ଯାଇ ଦେଖିବା |

Leave a Reply

Your email address will not be published. Required fields are marked *

error: Content is protected !!